Categories

ସମ୍ବଲପୁରରେ ଆଜି ୧୦୨ ଜଣ ପଜିଟିଭ ଚିହ୍ନଟ, ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୬୯୫ ହେଲା

ସମ୍ବଲପୁର,
ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ନୂଆ ୧୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୭୪୫ ହୋଇଛି, ଏମାନଙ୍କ ମଧ୍ୟରୁ ୧୬୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୪ ଜଣଙ୍କ ମୃତ୍ୟୁ ହୋଇଛି ତଥା ବାକି ୧୦୪୨ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଗତ ଦିନକ ପରେ ଏଠାରେ କରୋନାରେ ପୁଣି ଶତାଧିକ ଆକ୍ରାନ୍ତ ହୋଇ ଥିବାରୁ ଜିଲ୍ଲା ପ୍ରଶାସନ ସହିତ ଜନସାଧାରଣଙ୍କ ଚିନ୍ତା ନିଶ୍ଚିତ ଭାବେ ବଢ଼ିଯାଇଛି କିନ୍ତୁ ସେହି ଅନୁସାରେ ସଚେତନତା ବଢ଼ି ନାହିଁ । ଗତକାଲି ଦିନସାରା ଲୋକେ ଯେପରି ଭାବେ ଜନଗହଳି କରି ମହାନଦୀରେ ପ୍ରବାହିତ ବନ୍ୟା ପରିଦୃଶ୍ୟ ଉପଭୋଗ କରିଛନ୍ତି, ସେଥିରୁ ଏହା ସ୍ପଷ୍ଟ ହୋଇଯାଇଛି । ଆଜି ପୁଣି ମୁହର୍ରମ ନାଁ ରେ ବଜାର ରେ ଜନଗହଳି ବଢ଼ି ଯାଇଛି, ସେଥିରୁ ଆଶଙ୍କା ଘନିଭୂତ ହେଉଛି ଯେ ଏଠାରେ କରୋନା ଆକ୍ରାନ୍ତ ଙ୍କ ସ°ଖ୍ଯା ପୁଣି ବଢିପାରେ । ପ୍ରଶାସନ ପକ୍ଷରୁ କରାଯାଇଥିବା ପୂର୍ବ ଘୋଷଣା ଅନୁସାରେ ଗତକାଲି ଶନିବାର ସହିତ ଆଜି ରବିବାର ଦିନ ଶଟଡାଉନ ରହିବା କଥା । ଏହିରେ କିଛି ପରିବର୍ତ୍ତନ କରାଯାଇଛି ବୋଲି ମଧ୍ୟ ସୂଚନା ଜାରି କରା ଯାଇନାହିଁ, କିନ୍ତୁ ଆଜି ସକାଳୁ ଦୋକାନ ବଜାର ସବୁ ସ୍ବଭାବିକ ରୂପେ ଖୋଲି ଯାଇଛି । କରୋନା ପରି ଏତେ ସ°କ୍ରାମକ ରୋଗକୁ ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ଯେଉଁ ପରିମାଣରେ ସାବଧାନତା ଓ ସଚେତନତା ଆବଶ୍ୟକ, ତାହା ତ କିଞ୍ଚିତ ଦୃଷ୍ଟି ଗୋଚର ହେଉନାହିଁ ।

admin

Leave a Reply

Your email address will not be published. Required fields are marked *

Select Language