Categories

ହୀରାକୁଦ ବନ୍ଧର ସ୍ଥିତି ଉଦବେଗଜନକ: ଜଳଭଣ୍ଡାରକୁ ପ୍ରତି ସେକେଣ୍ଡ ୯ ଲକ୍ଷ କ୍ୟୁସେକ ଜଳ ପ୍ରବେଶ ଯୋଗୁଁ ସ୍ଥିତି ଗମ୍ଭୀର

ସମ୍ବଲପୁର,
ପ୍ରାୟ ୬୪ ବର୍ଷ ପୂର୍ବେ ନିର୍ମିତ ହୀରାକୁଦ ବନ୍ଧର ସ୍ଥିତି ବର୍ତ୍ତମାନ ଉଦବେଗଜନକ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡ ପ୍ରାୟ ୯ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି ଓ ସର୍ବୋଚ୍ଚ ଜଳସ୍ତର ସୀମା ୬୩୦ ଛୁଇଁବାକୁ ମାତ୍ର ୩ଫୁଟ ବାକି ରହିଛି । ସେପଟେ ମୋଟ ୪୪ ଗେଟ ଖୋଲି ପ୍ରାୟ ୭ ଲକ୍ଷ କ୍ୟୁସେକ ଜଳରାଶି ପ୍ରତି ସେକେଣ୍ଡ ଛଡ଼ା ଯିବାରୁ ମହାନଦୀ ଦୁହିକୁଳକୁ ଉଛୁଳି ପଡୁଛି, ଏଣୁ ସମ୍ବଲପୁର ସହିତ ଏହାର କୁଳରେ ଅବସ୍ଥିତ ପ୍ରାୟ ସବୁ ଜନବସତି ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଯାଉଛି । ଆଜି ମଧ୍ୟାହ୍ନ ୧୨ ସମୟରେ ହୀରାକୁଦ ନିୟନ୍ତ୍ରଣ ପ୍ରକୋଷ୍ଠ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ସେତେବେଳେ ଏହାର ଜଳସ୍ତର ୬୨୬.୮୧ ଫୁଟ ରେକର୍ଡ କରାଯାଇଛି । ଏହି ସମୟରେ ଉପରମୁଣ୍ଡରୁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡ ୮ ଲକ୍ଷ ୮୩ ହଜାର ୮୫୫ କ୍ୟୁସେକ ଜଳରାଶି ପ୍ରବେଶ କରୁଥିଲା ତଥା ବାମପକ୍ଷର ୨୯ ଓ ଦକ୍ଷିଣପକ୍ଷର ୧୫ ସହିତ ମୋଟ ୪୪ଟି ସ୍ଲୁଇସ ଗେଟ୍ ଦେଇ ୭ ଲକ୍ଷ ୨୫ ହଜାର ୨୬ କ୍ୟୁସେକ ଜଳରାଶି ନିଷ୍କାସନ ହେଉଥିଲା । ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଉ ଅଧିକ ବନ୍ୟା ଜଳ ପ୍ରବେଶ କରିବା ଆଶଙ୍କା କରାଯାଉଛି ଓ ସେହି ଅନୁସାରେ ଜଳ ନିଷ୍କାସନର ପରିମାଣ ବଢିବ, ଏଥିରେ ଦ୍ବିମତ ନାହିଁ । ଏଠାରେ ଆଉ ଏକ ଚିନ୍ତାର କାରଣ ହେଲାଣି ଯେ ମହାନଦୀ ଉପରେ ସମ୍ବଲପୁର ଠାରେ ନିର୍ମିତ ଦ୍ବିତୀୟ ସେତୁ ତଳଦେଇ ବହି ଯାଉଥିବା ବନ୍ୟାଜଳ ପ୍ରାୟ ଚରମ ସ୍ଥିତି ପାଖାପାଖି ପହଞ୍ଚି ଥିବାରୁ ଆଉ ଅଧିକ ଜଳନିଷ୍କାସନ ହେଲେ ସେତୁ ଉପରେ ପାଣି ବହିପାରେ । ବର୍ତ୍ତମାନ ଏଠାରେ ଚର୍ଚ୍ଚା ରେ ବିଷୟ ଏହା ଯେ ଏତେ ବିପୁଳ ପରିମାଣରେ ଜଳପ୍ରବାହ ଫଳରେ ଏହି ନବନିର୍ମିତ ସେତୁ ସୁରକ୍ଷିତ ରହିପାରିବ କି ନାହିଁ ?

ବର୍ତମାନ ଆଉ ଦୁଇଟି ଗେଟ ଖୋଲାଗଲା, ଏଣୁ ସର୍ବମୋଟ ୪୬ ଟି ଖୋଲା ଗଲାଣି ।

Editor

Leave a Reply

Your email address will not be published. Required fields are marked *

Select Language