କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ତାରିଖ ୨୬ ନଭେମ୍ବର ୨୦୨୦ ଦିନ ସର୍ବଭାରତୀୟ ଧର୍ମଘଟର ଡାକରା

ସମଲପୁର ତା; ୨୨.୧୧,୨୦୨୦

କେନ୍ଦ୍ରୀୟ ଶ୍ରମିକ ସଂଗଠନ ସମୁହ ଓ ଶହେରୁ ଉର୍ଦ୍ଧ୍ୱ ଫେଡେରେସନ ଓ ଏସୋସିଏସନମାନଙ୍କ ନିଷ୍ପତ୍ତି ଅନୁଯୟୀ କେନ୍ଦ୍ର ଓ ରାଜ୍ୟମାନଙ୍କରେ ଥିବା ବିଜେପି ସରକାର ଶ୍ରମିକ, କୃଷକ ବିରୋଧୀ ତଥା ଜନ ବିରୋଧୀ ଆଇନ ଓ ରସାତଳଗାମୀ ଅର୍ଥନୀତିକୁ ବିରୋଧ କରି ଆସନ୍ତା ତା ୨୬.୧୧.୨୦୨୦ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି । ଏହି ନିଷ୍ପତ୍ତି ଗତ ୦୨.୧୦.୨୦୨୦, National Convention of Workers ର ଆହ୍ୱନ କ୍ରମେ ନିଆଯାଇଛି ।

ଆଜି ଭାରତ ର ଆର୍ଥିକ ଅବସ୍ଥା ନିମ୍ନଗାମୀ । ବିମୁଦ୍ରିକରଣ ଓ GSTର ଭୁଲ ପ୍ରୟୋଗ ସଙ୍ଗେ ସଙ୍ଗେ କୋଭିଡ-୧୯ ପାଇଁ ବିନା ଯୋଜନାରେ ଅତର୍କିତ ଭାବରେ ରାତିଅଧାରେ ଲକଡାଉନ ଘୋଷଣା କରିବା ନିଷ୍ପତି ଦେଶର ଅବସ୍ଥା ଧ୍ଵଂସ କରିଦେଇଛି । ରିଜର୍ଭ ବ୍ୟାଙ୍କର ନଭେମ୍ବର ମାସର ବୁଲେଟିନ୍‌ ଅନୁସାରେ ଜୁଲାଇରୁ ସେପ୍ଟେମ୍ବର ତିନି ମାସରେ ଜିଡିପି ହାର (-)୮. ୬ ପ୍ରତିଶତ ହେବ ଯାହାକି ପୂର୍ବ କ୍ୱାର୍ଟର ଥିବା (-)୨୩. ୯ ଶତାଶଂ ସଙ୍ଗେ ଯୋଗ ହେବ । ରିଜର୍ଭବ୍ୟାଙ୍କ କହିବା ଅନୁସାରେ ଦେଶ ପ୍ରଥମ ଥରପାଇଁ, ଟେକନିକାଲ ରିସେସନ ଆଡକୁ ଯିବ । ଏହାର କାରଣ ହେଲା ଅତ୍ୟନ୍ତଭାବରେ ବେରୋଜଗାର ବୃଦ୍ଧି ଓ କ୍ରୟ ଶକ୍ତି ଅଭାବ ଯୋଗୁଁ ଚାହିଦାର ହ୍ରାସ ହେଉଛି । ସରକାର ଏହି ସମାସ୍ୟାର ସମାଧାନ ପାଇଁ ରୋଜଗାର ସୃଷ୍ଟି ଓ ଲୋକଙ୍କ ହାତରେ ନଗଦ ଟଙ୍କା ଦେଇ ବଜାରରେ ଚାହିଦା ବୃଦ୍ଧି କରିବା ବଦଳରେ ଅଗଣତାନ୍ତ୍ରିକ ଭାବରେ, କୋଭିଡ-୧୯ର ଆଳରେ କରର୍ପୋରେଟକୁ ସୁହାଇଲା ଭଲି ଶ୍ରମିକ ବରୋଧି ଶ୍ରମ ଆଇନ, କୃଷକ ବିରୋଧି କୃଷି ଆଇନ ଓ ଲାଭ କରୁଥିବା ସରକାରି ସଂସ୍ଥାମାନଙ୍କ ଘରୋଇ କରଣ କରୁଛନ୍ତି ଯେତେବେଳେ କି କର୍ପୋରେଟ ଟ୍ୟାକ୍ସ କମାଇ ପୁଞ୍ଜିପତିମାନଙ୍କ ସମ୍ପତ୍ତି ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି ।

ଶ୍ରମିକ ଶ୍ରେଣୀର ସ୍ୱାର୍ଥ ପାଇଁ ଦୀର୍ଘ ସଂଗ୍ରାମ ଓ ତ୍ୟାଗରୁ ବିଭିନ୍ନ ସମୟରେ ଗଠିତ ହୋଇ ଥିବା ଶ୍ରମ ଆଇନ ବଦଳରେ ଚାରୋଟି ଲେବର କୋଡ ଅଗଣତାନ୍ତ୍ରିକ ଭାବରେ ବିଗତ ପାର୍ଲ୍ୟାମେଣ୍ଟ ଅଧିବେଶନରେ ପାସ୍‌ କରିଛନ୍ତି । ଯାହାଫଳରେ ଶ୍ରମିକମାନଙ୍କୁ ସଂଗଠିତ କରି ୟୁନିୟନ ଗଢ଼ିବା ଏକ କଠିନ ସମାସ୍ୟା ହେବ । ଧର୍ମଘଟ ଯାହାକି ଶ୍ରମିକମାନଙ୍କର ଏକ ଆଇନ ସମ୍ମତ ଓ ଶକ୍ତିଶାଳୀ ଅସ୍ତ୍ର ତହାକୁ ପଙ୍ଗୁ କରି ଦିଆଯାଇଛି । ବର୍ତ୍ତମାର ନୂତନ ଆଇନ ଦ୍ୱାରା ସ୍ଥାୟୀ କର୍ମଯୋଗାଣ ବଦଳରେ ସ୍ୱଳ୍ପସମୟ ଚୁକ୍ତି ଭିତ୍ତିକ ନିଯୁକ୍ତିର ବ୍ୟବସ୍ଥା ହେବାକୁ ଯାଉଛି । ଯାହା ଫଳରେ ମାଲିକମାନେ ଇଚ୍ଛା ଅନୁସାରେ କର୍ମଚାରୀମାନଙ୍କୁ ନିଯୁକ୍ତି ଓ ବରଖାସ୍ତ କରିବାର କ୍ଷମତା ପାଇବେ । ଯେଉଁ ସଂସ୍ଥାରେ ୩୦୦ରୁ କମ୍ ଶ୍ରମିକ ଅଛନ୍ତି ମାଲିକ ସେ ସଂସ୍ଥାକୁ ସରକାରଙ୍କ ବିନା ଅନୁମତିରେ ବନ୍ଦ କରିପାରିବେ ଓ କର୍ମଚାରୀ ଛଟେଇ କରି ପାରିବେ । ଏହାଦ୍ୱାରା ଶ୍ରମିକମାନେ ପାଉଥିବା ସାମାଜିକ ସୁରକ୍ଷା ପାଣ୍ଠି ସାର୍ବଜନିନ କରିବା ପରିବର୍ତ୍ତେ କର୍ପୋରେଟମାନଙ୍କ ଲାଭାଶଂ ବଢାଇବ । ଏଥିରେ ହାତଗଣତି କେତେ ଲୋକ କୋଟିପତି ହେବେ ଅନ୍ୟ ପଟେ ଅସଂଗଠିତ କୋଟି କୋଟି ଶ୍ରମିକ ଯେଉଁମାନେ ସମଗ୍ର ଶ୍ରମବଳର ୭୧ ଭାଗ ଅଟନ୍ତି, ସାମାଜିକ ସୁରାକ୍ଷା ରୁ ବଞ୍ଚିତ ହେବେ।

ସେହିପରି ସମସ୍ତ ସଂସଦୀୟ ବ୍ୟବସ୍ଥା ଓ ସାମ୍ବିଧାନିକ ନିୟମ ଭଙ୍ଗ କରି ପାର୍ଲ୍ୟାମେଣ୍ଟରେ ସରକାର ତିନୋଟି କୃଷି ବିଲ ପାସ କଲେ। ଫଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଓ ଏମ୍‌.ଏସ.ପି ବା ଚାଷି ପାଇଁ ବିକ୍ରୟ ମୁଲ୍ୟ ସୁରକ୍ଷାର ପ୍ରଚଳିତ ଆଇନ ବ୍ୟବସ୍ଥାକୁ ଅକାମି କରିଦିଆଲା । ତା ବଦଳରେ କର୍ପୋରେଟମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଚୁକ୍ତି ଭିତ୍ତିକ ଚାଷ, ଖାଦ୍ୟ ପ୍ରସ୍ତୁତିକରଣ ଶିଲ୍ପ ଓ ଖୁଚୁରା ବଜାର ଏକଚାଟିଆ ବ୍ୟବସାୟୀ କରଣ କରି ଦେଶର ଖାଦ୍ୟ ସୁରକ୍ଷାକୁ ବିପଦ ମୁଖୀ କରାଯାଉଛି ।
କେନ୍ଦ୍ର ସରକାର ବିଦ୍ୟୁତ ସଂଶୋଧନ ବିଲ ୨୦୨୦ ପାର୍ଲିଆମେଣ୍ଟରେ ଆଣିବା ପୂର୍ବରୁ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ଘରୋସରକାରୀ ବ୍ୟାଙ୍କମାନେ କର୍ପୋରେଟ ମାନଙ୍କୁ ଦେଇଥିବା କୋଟି କୋଟି ଟଙ୍କା ଋଣ ଆଦାୟ ହୋଇପାରୁ ନାହିଁ ସରକାର ସେ ଋଣ ଛାଡ କରି ବ୍ୟାଙ୍କମାନଙ୍କୁ ଦେବାଲିଆ କଲାପରେ ସେମାନଙ୍କୁ ମିଶ୍ରଣ କାରିବାକୁ ବସିଛନ୍ତି । ଯାହାକି ସାଧରଣ ଜମାକାରୀର ପୁଞ୍ଜି ଅସୁରକ୍ଷିତ ହେବ । ସରକାର ରିଜର୍ଭବ୍ୟାଙ୍କ, ଏଲ.ଆଇ.ସି. ଓ ଅନ୍ୟ ସରକାରୀ ସଂସ୍ଥା ମାନଙ୍କ ଠାରୁ ATMରୁ ପଇସା ବାହାର କଲାପରି ବ୍ୟବହାର କରୁଛନ୍ତି ଅନ୍ୟ ପଟେ ଲାଭକାରୀ ସରକାରୀ ସଂସ୍ଥାମାନଙ୍କୁ ଘରୋଇ କମ୍ପାନୀଙ୍କୁ ବିକ୍ରି କରୁଛନ୍ତି କିମ୍ବା ଶତ ପ୍ରତିଶତ ବିଦେଶି ପୁଞ୍ଜି ରେଳବାଇ, ବିମାନ ବନ୍ଦର, ପାଣି ଜାହାଜ ବନ୍ଦର, କୋଇଲା ଖଣି, ପେଟ୍ରୋଲିୟମ, ଅର୍ଡିନାଂସ ଫେକ୍ଟ୍ରି ଓ ସଡକ ନିର୍ମାଣରେ ବିନିଯୋଗ କରୁଛନ୍ତି। ଏ ସବୁ ବିଧ୍ଵଂସକାରୀ ଯୋଜନା ଗୁଡ଼ିକ କୋଭିଡ ୧୯ ସଂକ୍ରମଣର ଅଢୁଆଳରେ ଲାଗୁକାରା ଯାଉଛି । ଏପରିକି ସଂକ୍ରମଣ ବିରୁଦ୍ଧରେ ଲଢୁ ଥିବା ଆଗଧାଡିର ଯୋଦ୍ଧା ତଥା ଡାକ୍ତରଖାନାର ସମସ୍ତ କର୍ମଚାରୀ, ସଫେଇ କର୍ମଚାରୀ, ଅଙ୍ଗନବାଡି ଓ ଅଶାକାର୍ମୀ ସେମାନଙ୍କ ବଳିଦାନର ଉଚ଼ିତ ମୁଲ୍ୟ ପାଉ ନାହାନ୍ତି । ସରକାର ପୁଞ୍ଜିପତିମାନଙ୍କ ଧନ ବୃଦ୍ଧିର ସୁଯୋଗ ସୃଷ୍ଟି କରୁଥିବା ବେଳେ, ଶ୍ରମିକ, କୃଷକ, ବେକାର ଯୁବବର୍ଗ ଆଦିଙ୍କୁ ଆର୍ଥିକ ପରିସ୍ଥିତି ଅତ୍ମହତ୍ୟା ପାଇଁ ବାଧ୍ୟ କରୁଛି । ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନଙ୍କ ଦୁର୍ଦ୍ଦଶା ସଙ୍ଗେ ସଙ୍ଗେ ଆତ୍ମସମ୍ମାନ ହାନୀ ଘଟିଲା , ଏହା ସରକାରଙ୍କର ମାନବୀକତା ହଜି ଗଲା ପରି ମନେହେଲା । ମଧ୍ୟବୀତ୍ତ ଶ୍ରେଣୀର ଆର୍ଥିକ ଅନାଟନ ସଙ୍ଗେ ଖାଉଟି ଦ୍ରବ୍ୟର ଆକାଶ ଛୁଆଁ ଦରବୃଦ୍ଧି ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଲାଣି । ତେଣୁ ସରକାର ଓ ଶାସକ ଶ୍ରେଣୀଙ୍କୁ ଏହି ହରତାଳ ଦ୍ଵାରା ଚେତାଇ ଦେବାକୁ ଚାହୁଁଛୁ ।ଇ ସଂସ୍ଥାକୁ ୧୨ଟା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିରୋଧ ସତ୍ତ୍ୱେ ଓ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଅଣଦେଖା କରି, ବିକ୍ରି କରି ଦେଇଛନ୍ତି । ବର୍ତ୍ତମାନ ଉଭୟ ଉପଭୋକ୍ତା ଓ କର୍ମଚାରୀ ଘରୋଇ କମ୍ପାନୀ ମାନଙ୍କ ଦୟାରେ ରହିବେ ।

ତା ୨୬.୧୧,୨୦୨୦ ର ସର୍ବଭାରତୀୟ ସାଧାରଣ ଧର୍ମଘଟ ପାଇଁ ନିମନ୍ତେ ଦାବି ଉପସ୍ଥାପନ କରାଯାଇଛି ।
୧. ବେରୋଜଗାରି ସଙ୍ଗେ ଆକାଶ ଛୁଆଁ ଦରଦାମ ବୃଦ୍ଧି ବନ୍ଦ କରାଯାଉ |
୨. ମାସିକ ଟ.୭୫୦୦/- ଟଙ୍କା ପ୍ରତ୍ୟେକ ଇନକମ ଟାକ୍ସ ଦେଉ ନଥିବା ପରିବାରର ଖାତାରେ ଜମା କାରାଯାଉ |
୩. M.G.N.R.E.G.A ଯୋଜନା କୁ ସଂପ୍ରସାରଣ କରି ବର୍ଷକୁ ୨୦୦ଦିନ କାମ ଗ୍ରାମାଞ୍ଚଳରେ ଯୋଗାଇ ଦିଆଯାଉ ଓ ବର୍ଦ୍ଧିତ ଦରରେ ପାଉଣା ଦିଆଯାଉ । ଏହି ଯୋଜନାକୁ ସହରାଞ୍ଚଲରେ ମଧ୍ୟ ଲାଗୁ କରାଯାଉ ।
୪. ଚାଷି ବିରୋଧୀ ଆଇନ ଓ ଶ୍ରମିକ ବିରୋଧି ଶ୍ରମ କୋଡ ପ୍ରତ୍ୟାହାର କରାଯାଉ ।
୫. ସାର୍ବଜନିକ ସଂସ୍ଥା ସଙ୍ଗେ ବିତ୍ତିୟ ସଂସ୍ଥାମାନଙ୍କ ଘରୋଇ କରଣ ବନ୍ଦ କାରାଯାଉ ଏବଂ ରେଳବାଇ, ବନ୍ଦର ଓ ସାମରିକ ଅସ୍ତ୍ର ତିଆରି କାରଖାନାକୁ କର୍ପୋରେଟମାନଙ୍କ ହାତରେ ଟେକି ଦିଆନଯାଉ ।
୬, ସରକାରୀ ଓ ସାର୍ବଜନୀକ ସଂସ୍ଥାର କର୍ମଚାରୀମାନଙ୍କୁ ବାଧ୍ୟତା ମୁଳକ ଅସାମୟୀକ ଅବସର ଦେବା ନିଷ୍ପତ୍ତି ପ୍ରତ୍ୟାହାର କରା ଯାଉ |
୭. ସମସ୍ତଙ୍କୁ ପେନସନ ଦିଆଯାଉ ଓ N.P.S.କୁ ରଦ୍ଦ କାରାଯାଉ । ପୂର୍ବ ପ୍ରଚଳିତ ପେନସନ ବ୍ୟବସ୍ପା E.P.S. – ୯୫ର ଉନ୍ନତି କାରାଯାଉ ।
୮. କେନ୍ଦୁପତ୍ର ଓ ବିଡ଼ି ଉପରୁ G.S.T. ପ୍ରତ୍ୟାହାର କରାଯାଉ।

Editor

Leave a Reply

Your email address will not be published. Required fields are marked *

Select Language