ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮ଫୁଟ ହେଲା: ସ୍ଥିତି ଗମ୍ଭୀର ଅବ୍ୟାହତ

ସମ୍ବଲପୁର,
ଆଜି ମଧ୍ୟ ହୀରାକୁଦ ଜଳଭଣ୍ଡାରର ସ୍ଥିତି ସଙ୍କଟାପନ୍ନ ରହିଛି । ଏହାର ଜଳସ୍ତର ସର୍ବୋଚ୍ଚ ସୀମା ୬୩୦ ଫୁଟ ରୁ ମାତ୍ର ଦୁଇ ଫୁଟ ତଳେ ୬୨୮ ଫୁଟ ପହଞ୍ଚି ସାରିଛି ଆଉ ଏହିସମୟରେ ଉପରମୁଣ୍ଡରୁ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ ପ୍ରାୟ ୮ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି, ଯାହାକି ପରିଚାଳକଙ୍କ ନିଦ ହଜାଇ ଦେଉଛି । ଆଜି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ହୀରାକୁଦ ନିୟନ୍ତ୍ରଣ କକ୍ଷ ରୁ ପ୍ରାପ୍ତ ସୂଚନା ଅନୁସାରେ ସେତେବେଳେ ଏହାର ଜଳସ୍ତର ୬୨୮ ଫୁଟ ରେକର୍ଡ କରାଯାଇଥିଲା ଓ ସେହି ସମୟରେ ଉପରମୁଣ୍ଡରୁ ଜଳଭଣ୍ଡାରକୁ ହାରାହାରି ସାତ ଲକ୍ଷ ୯୭ ହଜାର ୭୮ କ୍ୟୁସେକ ଜଳରାଶି ପ୍ରବେଶ ଓ ସାତ ଲକ୍ଷ ୬୫ ହଜାର ୩୧୧ କ୍ୟୁସେକ ବନ୍ୟାଜଳ ଛଡ଼ା ଯାଉଥିଲା । ଏହି ବନ୍ୟାଜଳ ନିଷ୍କାସନ ପାଇଁ ବାମପକ୍ଷର ୩୧ ଓ ଦାହାଣପକ୍ଷର ୧୫ ସହିତ ମୋଟ ୪୬ ଟି ସ୍ଲୁଇସ ଗେଟ୍ ଖୋଲା ଯାଇଛି । ଏହାଫଳରେ ଏଠାରେ ମହାନଦୀ ରେ ଅଭୂତପୂର୍ବ ବନ୍ୟା ପରିଦୃଶ୍ୟ ଦେଖିବାକୁ ମିଳୁଛି । ଏହାଦ୍ବାରା ମହାନଦୀ ସହିତ ମିଶୁଥିବା ଛୋଟ ଛୋଟ ଉପନଦୀଗୁଡ଼ିକ ରେ ପଛୁଆପାଣି ପଶି ଆଖପାଖ ଅଞ୍ଚଳରେ ଘରଦ୍ୱାର ଭାସିଯାଇଛି । ଏଥିପାଇଁ କେବଳ ସମ୍ବଲପୁର ମହାନଗର ଅଞ୍ଚଳ ରେ ପ୍ରାୟ ୨ ହଜାର ୫୦୦ ଲୋକଙ୍କ ପାଇଁ ୧୪ ଟି ଅସ୍ଥାୟୀ ବନ୍ଯାଶ୍ରୟ ଶିବିର ଖୋଲାଯାଇ ସେମାନଙ୍କ ପାଇଁ ଉଚିତ ରିଲିଫ ବ୍ୟବସ୍ଥା କରାଯାଇଛି । ପୁଣି ତଳି ଅଞ୍ଚଳରୁ ବନ୍ଯାଜଳ ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପମାନ ଲଗାଯାଇଛି ।

Editor

Leave a Reply

Your email address will not be published. Required fields are marked *

Select Language