ପ୍ରଦୂଷଣ ବୋର୍ଡ଼ର ଛତ୍ରଛାୟାରେ ଘରୋଇ ଏସଟିପି ଇଟିପି ଯୋଗଉଥିବା ବ୍ୟବସାୟିକ ସଂସ୍ଥା…

ସୂଚନା ଅନୁଯାଇ କିଛି ଗୁଡ଼ାଏ କମ୍ପାନୀ ତାଙ୍କର ଏସଟିପି ଇଟିପି ବୀଜ଼ନେସ ରେ ଭଲ ବ୍ୟବସାୟ କରିବା ପାଇଁ ପ୍ରଦୂଷଣ ବୋର୍ଡ଼ର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ଲୋଡୁଛନ୍ତି | କିଛି ଏଭଳି ସଂସ୍ଥା ଗୁଡ଼ାକ ମଧ୍ୟରେ ଏସଜେ ଏନଭାଇରୋମେଣ୍ଟାଲ ସଲୁସନ୍ସ , କୁଆଲିକମ କ୍ୱାଲିକମ ସଲୁସନ୍ସ , ଫ୍ଲୟୁଡ଼ ମେକାନିକ୍ସ ଅଟନ୍ତି | ଏହି ପ୍ରକାରର କମ୍ପାନୀ କୁ ସାହାଯ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ନିକଟରେ | ଏହି ବୋର୍ଡ ର କିଛି ଉଚ୍ଚ ପଦସ୍ଥ ଅଧିକାରୀ ବିଭିନ୍ନ ବ୍ୟବସାୟିକ ମହଲରୁ ସିଟିଓ , ସିଟିଇ , ଏନବିରୋନମେଣ୍ଟାଲ କ୍ଳୀଏରଏନସ କରେଇ ଦେବା ପାଇଁ ମୋଟା ଅଙ୍କର ପଇସା ଦାବି କରି ଆଦାୟ କରୁଛନ୍ତି | ଏହା ସହିତ ସେହି ଉଚ୍ଚ ପଦସ୍ଥ ଅଧିକାରୀ ଏସଟିପି ଇଟିପି ବ୍ୟବସାୟ କରୁଥିବା ସଂସ୍ଥାମାନଙ୍କ ମାର୍କେଟିଙ୍ଗ କାର୍ଯ୍ୟ କରି ତାଙ୍କଠୁ ମୋଟା ଅଙ୍କ ର ପଇସା ଆଦାୟ କରୁଛନ୍ତି | ଏହି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ମଧ୍ୟରୁ ଜଣେ ହଉଛନ୍ତି ସହକାରୀ ପରିବେଶ ବୈଜ୍ଞାନିକ| କିଛିଟା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ସେ ହେଉଛନ୍ତି ମନ୍ତ୍ରୀଙ୍କ ଖାସ ଲୋକ ଓ ମନ୍ତ୍ରୀ ତାଙ୍କୁ ଆଣି ଏଠି ବସେଇଛନ୍ତି | ବିଭିନ୍ନ ପ୍ରକାରର ଧମକ ଚମକ ଦେଇ ଇଣ୍ଡଷ୍ଟ୍ରୀ ମାନଙ୍କଠାରୁ ପଇସା ଆଦାୟ କରୁଛନ୍ତି ତାଙ୍କ ପୋଷ୍ଟ ଆଉ ପାୱାରର ଭରପୁର ଫାୟଦା ଉଠାଉଛନ୍ତି | ସମ୍ବଲପୁର ଅଂଚଳର ସମସ୍ତ ରାଇସ ମିଲ ପ୍ରଦୂଷଣ ଅନୁମତି ଲାଗି ତାଙ୍କ ନିକଟରେ ପଇସା ଦେଇ ନେହୁରା ହଉଛନ୍ତି | ସବୁଠୁ ମଜା କଥା ହଉଛି ଯେ ସମ୍ବଲପୁର ଆଞ୍ଚଳିକ ପ୍ରଦୂଷଣ ଅଧିନସ୍ଥ ସମସ୍ତ ରାଇସ ମିଲ ଗୁଡ଼ାକରେ ଲାଗି ଥିବା ଇଟିପି ମେସିନ ଏସଜେ ଏନଭାଇରୋମେଣ୍ଟାଲ ସଲୁସନ୍ସ ଦ୍ୱାରା ଯୋଗାଇ ଦିଆ ଯାଇଛି ଏବଂ ଏହା ଓଏସପିସିବି ର ନିର୍ଦେଶାବଳୀ ଓ ମାନକାଙ୍କ ଯୋଗାଇବାରେ ସମ୍ପୂର୍ଣ ଅକ୍ଷମ ଅଟେ | ସର୍ବେକ୍ଷଣ ଅନୁଯାଇ ଓଡିଶାର ୯୦ ପ୍ରତିଶତ ରାଇସ ମିଲ ମାନଙ୍କରେ ଏସଜେ ଏନଭାଇରୋମେଣ୍ଟାଲ ସଲୁସନ୍ସ ର ଇଟିପି ମେସିନ ଲାଗି ଅଛି | ପ୍ରଦୂଷଣ ବୋର୍ଡ଼ର ନିର୍ଦେଶାବଳୀ କୁ ବାଦ ଦେଇ ମୋଟା ଅଙ୍କର ପଇସା ପାଇବା ଲାଗି ବୋର୍ଡ଼ର ଉଚ୍ଚ ପଦସ୍ଥ ଅଧିକାରୀ ଏକ ଅଭିନବ ସ୍କ୍ୟାଣ୍ଡଲ କୁ ରୂପ ଦେଇଛନ୍ତି | ବିଭିନ୍ନ ମହଲରୁ ଅନେକ ଅଭିଯୋଗ ପାଇ ମଧ୍ୟ ଭିଜିଲାନ୍ସ ବିଭାଗ ନିରବ ହୋଇ ରହି ଅଛି , ଯାହା କି ପ୍ରଶ୍ନବାଚି ସୃଷ୍ଟି କରୁଛି ଲୋକଙ୍କ ମନରେ |

Editor

Leave a Reply

Your email address will not be published. Required fields are marked *

Select Language