ସମ୍ବଲପୁର ସର୍କିଲ ଜେଲରେ କରୋନା ସ°କ୍ରମଣ ଭୟ |

ସମ୍ବଲପୁର:
ଏଠାକାର ସର୍କିଲ ଜେଲରେ ଜଣେ ନବାଗତ ବନ୍ଦୀ ପଜିଟିଭ ଚିହ୍ନଟ ହେଲାପରେ ସେଠାରେବର୍ତ୍ତମାନ କରୋନା ସ°କ୍ରମଣ କୁ ନେଇ ଅନ୍ତେବାସୀ ଆତଙ୍କିତ ରହିଛନ୍ତି । ବହୁଚର୍ଚ୍ଚିତ ଲୋହା ବ୍ୟବସାୟୀ ନରେଶ ଅପହରଣ ମାମଲରେ ଲୁଟ ହୋଇଥିବା ସୁନା କିଣିବା ଅଭିଯୋଗ ରେ ସ୍ଥାନୀୟ ବୈଦ୍ୟନାଥ ଛକ ପାଖରୁ ଗିରଫ ହୋଇଥିବା ଦୁଇ ଜଣ ଙ୍କ ମଧ୍ୟରୁ ଜଣେ ପଜିଟିଭ ଚିହ୍ନଟ ହୋଇଛି । ତାହାର ପତ୍ନୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହିପରି ସର୍କିଲ ଜେଲ ଭିତରେ ଏହା ଆଗରୁ ଆଊ ଜଣେ ପଜିଟିଭ ଚିହ୍ନଟ ହୋଇଥିଲା ଓ ତାକୁ ସେଠାକାର ଅନ୍ତେବାସୀଙ୍କ ଠାରୁ ଦୂରେଇ ରଖା ଯାଇଥିଲା । ପରବର୍ତ୍ତୀ ସ୍ବାପ ପରୀକ୍ଷା ରେ ସେ କିନ୍ତୁ ନିଗେଟିଭ ବାହାରିଲା ପରେ ଜେଲ କର୍ତ୍ତୁପକ୍ଷ ଆସ୍ବସ୍ତି ଅନୁଭବ କରିଥିଲେ । ଏଥର କିନ୍ତୁ ମାମଲା ସଙ୍ଗୀନ ଜଣାପଡ଼ୁଛି, ତେଣୁ କରୋନା ସ°କ୍ରମଣ ଭୟରେ ଜେଲ ଅନ୍ତେବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

Editor

Leave a Reply

Your email address will not be published. Required fields are marked *

Select Language