ନୁଆଖାଇ ଓ ଗଣେଶ ପୂଜା ଦିନ ଶଟଡାଉନ ଘୋଷଣା ଯୋଗୁଁ ଜନରୋଷ

ସମ୍ବଲପୁର:
ବର୍ତମାନ ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ସଙ୍କଟ କୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାସର ଶେଷ ଚାରୋଟି ଯାକ ସପ୍ତାହାନ୍ତ ଶନିବାର ଓ ରବିବାର ଦିନ ଗୁଡିକ ରେ ଶଟଡାଉନ ଘୋଷଣା କରାଯାଇଛି । ଏହା ଦ୍ବାରା ଉକ୍ତ ଦିନମାନଙ୍କରେ କେବଳ ଅତ୍ୟାବଶ୍ୟକ ଖାଦ୍ୟପେୟ ସାମଗ୍ରୀ ଦୋକାନ ସକାଳୁ ଦ୍ବିପହର ପର୍ଯ୍ୟନ୍ତ ଖୋଲା ରହିବ ଓ ରାସ୍ତା ରେ ବାହନ ଚଳାଚଳ ଉପରେ ମଧ୍ୟ କଟକଣା ରହିବ । ଇତିମଧ୍ୟରେ ଅଞ୍ଚଳର ସବୁଠାରୁ ଲୋକପ୍ରିୟ ପର୍ବ ପଡୁଛି ରବିବାର ୨୩ ଅଗଷ୍ଟ ତାରିଖ ଦିନ ଓ ତାହାର ପୂର୍ବଦିନ ଗଣେଶ ପୂଜା ପଡୁଛି । ଉକ୍ତ ଶନିବାର ଓ ରବିବାର ଦୁହି ଦିନ ଯାକ ଶଟଡାଉନ ରହିଲେ ଏଠାରେ ଜନସାଧାରଣ କିଣାବିକା ଓ ନୁଆଖାଇ ପାଳନ କରିବେ କିପରି । ଏବିଷୟରେ ଜନସାଧାରଣ ଙ୍କ ବିରୋଧ ଓ ବସ୍ତୁସ୍ଥିତି ଉପରେ ଜନମତ ବାବଦରେ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇବା ସହ ଉକ୍ତ ନିଷ୍ପତ୍ତି ଉପରେ ପୁନର୍ବିଚାର ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ସଦ୍ୟତମ ସ୍ଥିତି ଅନୁସାରେ ଏହାକୁ ନେଇ ଉପୁଜିଥିବା ଜନରୋଷ କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏବିଷୟରେ ବିଚାର ମନ୍ଥନ ଚାଲିଛି । ଏବିଷୟରେ ଜନସାଧାରଣଙ୍କ ଧାର୍ମିକ ଭାବନା ଓ ସା°ସ୍କୃତିକ ସ୍ପର୍ଶକାତରତା କୁ ଆଖି ଆଗରେ ରଖି ଉକ୍ତ ଶନିବାର ଓ ରବିବାର ଦିନ ଶଟଡାଉନ ରୁ ରିହାତି ମିଳିପାରେ ବୋଲି ଶୁଣିବାକୁ ମିଳୁଛି ।

ସମଗ୍ର ସମ୍ବଲପୁର ଜିଲ୍ଲାରେ ଘୋଷଣା ହେଇଥିବା ଅଗଷ୍ଟ ମାସର ପ୍ରତି ଶନିବାର ଆଉ ରଏବାର ସଟ ଡାଉନ ଯେଉଁଥିରେ ପଶ୍ଚିମଓଡ଼ିଶା ର ଗଣପର୍ବ ନୁଁଆ ଖାଇ ପଡୁଥିବାରୁ ୨୨ ଆଉ ୨୩ ତାରିଖ ଶଟଡାଉନ କୁକୋହଲ କରାଯାଉ ବୋଲି ଆଜି ପଶ୍ଚିମାଞ୍ଚଲ ଏକତା ମଂଚ ପକ୍ଷରୁ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କୁ ଏକ ଦାବିପତ୍ର ଦିଆଯାଇଛି l

admin

Leave a Reply

Your email address will not be published. Required fields are marked *

Select Language