ଜେଏମଜେ ହସ୍ପିଟାଲରେ ଜନସାଧାରଣ ଙ୍କ ପାଇଁ ଚିକିତ୍ସା ବିଷୟରେ ପ୍ରଶାସନ ଭୁୟାଁ ବୁଲାଉଛି: ବିଧାୟକ

ସମ୍ବଲପୁର,
ସ୍ଥାନୀୟ ବରେଇପାଲି ସ୍ଥିତ ଜେଏମଜେ ହସ୍ପିଟାଲରେ ଜନସାଧାରଣ ଙ୍କ ପାଇଁ ସମସ୍ତ ଚିକିତ୍ସା ସେବା ଯୋଗାଇ ଦେବା ବିଷୟରେ ଜିଲ୍ଲା ପ୍ରଶାସନ ଭୁୟାଁ ବୁଲାଉଛି ବୋଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅଭିଯୋଗ ଆଣିଛନ୍ତି । ଏବିଷୟରେ “ହୀରାଞ୍ଚଳ” ସହିତ ଏକ ଆଲୋଚନା ସେ କହିଛନ୍ତି ଯେ ସେ ନିଜେ ଜେଏମଜେ ହସ୍ପିଟାଲରେ ପହଞ୍ଚି ଏକଥା ଦେଖି ଆସିଛନ୍ତି । ତାଙ୍କ ସାମନାରେ ସେଠାକାର କର୍ତ୍ତୃପକ୍ଷ ସ୍ପଷ୍ଟ କରି କହିଛନ୍ତି ଯେ ତାଙ୍କ ସହିତ କେବଳ ମାତୃ ଓ ଶିଶୁ ଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ରୋଗୀ ପଠାଇବ ବୋଲି କହିଛି । ଏହା ବ୍ୟତୀତ ଅନ୍ୟ କୌଣସି ରୋଗର ଚିକିତ୍ସା ସେଠାରେ କରାଗଲେ ସେହି ଖର୍ଚ୍ଚ ରୋଗୀ କିମ୍ବା ତାଙ୍କର ପରିଜନ ଙ୍କୁ ଦେବାକୁ ପଡ଼ିବ । ବିଧାୟକ ଶ୍ରୀ ମିଶ୍ର ଏହା ମଧ୍ୟ କହିଛନ୍ତି ଯେ ଜିଲ୍ଲା ସଦର ହସପିଟାଲକୁ ଏକ କୋଭିଡ ହସ୍ପିଟାଲ ରୂପେ ପରିଣତ କଲାପରେ ତାହାର ବିକଳ୍ପ ଭାବେ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଏଦିଗରେ ଯେଉଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଯୋଗାଇ ଦେବା କଥା ପ୍ରଶାସନ କହୁଛି ସେଥିରେ ସତ୍ୟତା ନାହିଁ, କାରଣ ସେଠାକାର ଚିକିତ୍ସା ସେବା ର ସ୍ତର ସଦର ହସପିଟାଲ ସହିତ ତୁଳନୀୟ ନୁହେଁ । ଶ୍ରୀ ମିଶ୍ର ପୁଣି ଜଣାଇଛନ୍ତି ଯେ ରାଜ୍ୟ ମୁଖ୍ୟ ସଚିବ ଙ୍କ ସହିତ ଚର୍ଚ୍ଚା ରେ ସେ ଏକଥା ଉଠାଇବା ସହିତ ଦାବି କରିଛନ୍ତି ଯେ ସମ୍ବଲପୁର ର କୋଭିଡ ଚିକିତ୍ସା ସୁବିଧା ଜେଏମଜେ କୁ ସ୍ଥାନାନ୍ତରିତ କରି ଜିଲ୍ଲା ସଦର ହସପିଟାଲର ପୂର୍ବାବସ୍ଥା ଫେରାଇ ଅଣାଯାଉ । ଏଦିଗରେ ଜିଲ୍ଲା ପ୍ରଶାସନ ସହିତ ଚର୍ଚ୍ଚା କରିବା ପାଇଁ ମୁଖ୍ୟ ସଚିବ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ବିଧାୟକ ଶ୍ରୀ ମିଶ୍ର ଜଣାଇଛନ୍ତି ।

Editor

Leave a Reply

Your email address will not be published. Required fields are marked *

Select Language