କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ଚେଷ୍ଟିତ: ସମ୍ବଲପୁର ଜିଲ୍ଲାରେ ୪୮ ଅଞ୍ଚଳରେ ଧାରା ୧୪୪ ଓ ୩୬ କଣ୍ଟେନମେଣ୍ଟ ଜୋନ ଘୋଷିତ |

ସମ୍ବଲପୁର:
ଗତ ଏକ ସପ୍ତାହ ଭିତରେ କରୋନାର ପ୍ରାଦୁର୍ଭାବ କୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ଯଥାସମ୍ଭବ ଚେଷ୍ଟା ଜାରି ରହିଛି । ଏହିକ୍ରମରେ ସମଗ୍ର ସମ୍ବଲପୁର ଜିଲ୍ଲାର ୪୮ ଟି ଅଞ୍ଚଳ ରେ ନିଷେଧାଜ୍ଞା ଧାରା ୧୪୪ ଓ ୩୬ ଟି ଅଞ୍ଚଳ କୁ କଣ୍ଟେନମେଣ୍ଟ ଜୋନ ରୂପେ ଘୋଷଣା କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନାର ପ୍ରାଦୁର୍ଭାବ ଗ୍ରାମୀଣ ଅଞ୍ଚଳରେ ବେଶି ଓ ସହରାଞ୍ଚଳରେ କମ ଦେଖିବାକୁ ମିଳିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ସ୍ଥିତି ଓଲଟି ଯାଇଛି ଓ ଗ୍ରାମ୍ଯାଞ୍ଚଳ ଅପେକ୍ଷା ସହରାଞ୍ଚଳ ଅଧିକ ପ୍ରଭାବିତ ହୋଇଛି । ସବୁଠାରୁ ଦୟନୀୟ ସ୍ଥିତି ତ ବର୍ତ୍ତମାନ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଦେଖିବାକୁ ମିଳୁଛି । ଏଠାରେ ବିଗତ ୧୩ଦିନ ମଧ୍ୟରେ ମହାନଗର ନିଗମ ଅଞ୍ଚଳରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ପ୍ରାୟ ସାତଶହ ଟପିଗଲାଣି, ଯାହାକି ଜିଲ୍ଲାର ୭୦ ପ୍ରତିଶତ ପାଖାପାଖି ହୋଇଯିବ । ଏହାର ମୁଖ୍ୟ କାରଣ ଯାହା ଜଣାପଡୁଛି ଯେ ଆଜି ମଧ୍ୟ ଗାଁ ଗହଳିରେ ଯୁବଗୋଷ୍ଠୀଙ୍କ ଉପରେ ଗୁରୁଜନଙ୍କ ନିୟନ୍ତ୍ରଣ ରହିଛି ଯାହାକି ବର୍ତ୍ତମାନ ସହରାଞ୍ଚଳରେ କ୍ଵଚିତ ଦେଖାଯାଉଛି । ଆଧୁନିକ ଶିକ୍ଷା ଓ ସ°ସ୍କାର ଦ୍ବାରା ପ୍ରଭାବିତ ସହରାଞ୍ଚଳ ଯୁବଗୋଷ୍ଠୀ ନିଜର ସ୍ବଚ୍ଛନ୍ଦତା ବଜାୟ ରଖିବାପାଇଁ କାହାରି କଥା ଶୁଣିବାକୁ ମଙ୍ଗୁ ନାହାନ୍ତି । ସେମାନେ ଏତେ ଅମାନିଆ ହୋଇ ଯାଇଛନ୍ତି ଯେ ନିଜର ମାତାପିତା ଓ ଗୁରୁଜନଙ୍କ କଥା ମଧ୍ୟ ଶୁଣୁ ନାହାନ୍ତି । ପୁଣି ସ୍ଥାନୀୟ କୁଜୀନେତା ଓ ରାଜନୈତିକ ପ୍ରରୋଚନା ସେମାନଙ୍କୁ ଆହୁରି ଦିଗଭ୍ରମିତ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି ଯୁବଗୋଷ୍ଠୀଙ୍କ ଅମାନିଆ ଯୋଗୁଁ ସହରାଞ୍ଚଳରେ କରୋନା ସ°କ୍ରମଣ ନିୟନ୍ତ୍ରଣ ରେ ରହି ପାରୁନାହିଁ ।

Editor

Leave a Reply

Your email address will not be published. Required fields are marked *

Select Language