କରୋନା କାଳରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ଥିତି ସଙ୍କଟାପନ୍ନ: ଗତ ପାଞ୍ଚ ମାସରେ ୮୬ ନବଜାତ ଶିଶୁ ଓ ୮ ଗର୍ଭବତୀ ମହିଳାଙ୍କ ମୃତ୍ୟୁ |

ସମ୍ବଲପୁର:
କରୋନା ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଅବହେଳା ଯୋଗୁଁ ସମ୍ବଲପୁର ଜିଲ୍ଲାରେ ନବଜାତ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ଥିତି ସଙ୍କଟାପନ୍ନ ହୋଇପଡିଛି । ସ୍ଥିତି କେତେ ଗମ୍ଭୀର ଏଥିରୁ ଜଣାପଡ଼ୁଛି ଯେ ଗତ ୫ ମାସରେ ୮୬ ଜଣ ନବଜାତ ଶିଶୁ ଓ ୮ ଜଣ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି । କରୋନା ନିୟନ୍ତ୍ରଣ କୁ ନେଇ ଆମ ସ୍ବାସ୍ଥ୍ୟ ପ୍ରଶାସନ ଏତେ ବାୟା ଯେ ଆଶା ଓ ଅଙ୍ଗନୱାଡି କର୍ମୀ ଙ୍କୁ ତାଙ୍କ ମୂଳ ଦାୟିତ୍ଵ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଯତ୍ନ ପାଇଁ ସମୟ ଦିଆ ଯାଉନାହିଁ ଓ ଏପରି ଚରମ ଅବହେଳା ର ପରିଣତି ଆମ ଆଗରେ ଝଳସୁଛି । କରୋନା ଆତଙ୍କ ଆରମ୍ଭ ହୋଇଛି ମାର୍ଚ୍ଚ ମାସରୁ ଓ ଅବହେଳା ର ଏହି ଶୃଙ୍ଖଳା ସେତେବେଳୁ ଆରମ୍ଭ ହୋଇଛି । ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଗତ ମାର୍ଚ୍ଚ ମାସରେ ୧୯, ଏପ୍ରିଲ ରେ ୧୭, ମେ ମାସରେ ୨୮, ଜୁନ ରେ ୧୨ ଓ ଜୁଲାଇ ରେ ୧୦ ଜଣ ନବଜାତ ଶିଶୁ ଙ୍କ ମୃତ୍ୟୁ ହୋଇଛି । ଏପରି ଉଦବେଗଜନକ ସ୍ଥିତି ସାର୍ବଜନିକ ହେଲାପରେ ବୁଦ୍ଧିଜୀବୀ ମହଲରେ ଚହଳ ପଡ଼ିଯାଇଛି ଓ ଏଦିଗରେ ସ୍ବାସ୍ଥ୍ୟ ବିଭାଗ କୁ ଯତ୍ନବାନ ହେବାପାଇଁ ଦାବି କରା ଯାଉଛି ।

Editor

Leave a Reply

Your email address will not be published. Required fields are marked *

Select Language