ସମ୍ବଲପୁର,
ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ଭୂମିପୂଜା ସମ୍ପନ୍ନ ହେବାରୁ ଦୀର୍ଘ ୫୦୦ ବର୍ଷର ଅପେକ୍ଷା, ଲଢେଇ, ସଂଗ୍ରାମ ଓ ବଳିଦାନ ପରେ ସଫଳତା ସନାତନ ଧର୍ମର ଇତିହାସରେ ସ୍ବର୍ଣ୍ଣିମ ଦିବସ ରୂପେ ଲିପିବଦ୍ଧ ହୋଇ ଯାଇଛି । ସମଗ୍ର ବିଶ୍ୱର କୋଟି କୋଟି ସନାତନ ଧର୍ମାବଲମ୍ବୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି। ଏଠାରେ ମଧ୍ୟ ଶ୍ରୀରାମ ଭକ୍ତ ଜନସାଧାରଣ ଗତକାଲି ସନ୍ଧ୍ୟା ଘରେ ଘରେ ଦୀପାବଳୀ ପରି ପାଳନ କରିଥିଲେ । ଏପରିକି ସ୍ଥାନୀୟ ଚାଉରପୁର ସେତୁର ଦୁହି କଡ଼ରେ ଦୀପସଜାଇ ଆଲୋକରେ ସୁସଜ୍ଜିତ କରାଯାଇଥିଲା । ଏହି ସାର୍ବଜନିକ ଖୁଶିର ଉତ୍ସବପର୍ବରେ ସମ୍ବଲପୁର ଭାରତୀୟ ଜନତା ପାର୍ଟି ମଧ୍ୟ ସାମିଲ ହୋଇଥିଲା। ଗତ ୩/୪ ଦିନ ହେଲା ସମ୍ବଲପୁର ପାର୍ଟି ପକ୍ଷରୁ ଏଥିପାଇଁ ସମସ୍ତ ମଣ୍ଡଳରେ ଲଡୁ ତିଆରି ଚାଲିଥିଲା । ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଥିବା ସାତଟି ମଣ୍ଡଳ ରେ ୨୦ କ୍ୱିଣ୍ଟାଲ ଲଡୁ ପ୍ରସ୍ତୁତ କରା ଯାଇଥିଲା । ଅବଶ୍ୟ କୋଭିଡ କଟକଣା ଯୋଗୁଁ ସମସ୍ତ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ, ପୂଜା ଅର୍ଚନା ବନ୍ଦ ରହିଛି । ସମସ୍ତ ପ୍ରକାର ସଭାସମିତି, ଶୋଭାଯାତ୍ରା, ଉତ୍ସବ ଉପରେ ମଧ୍ୟ ପ୍ରତିବନ୍ଧ ଲାଗିଛି । ତେଣୁ ପାର୍ଟିକର୍ମୀ ଓ ସମର୍ଥକମାନେ ନିଜ ନିଜ ମଣ୍ଡଳ ରେ ରହିଥିବା ବିଭିନ୍ନ ଶ୍ରୀରାମ ଓ ହନୁମାନ ମନ୍ଦିରରେ ପ୍ରସ୍ତୁତ ଲଡୁସବୁ ଭଗବାନଙ୍କୁ ସମର୍ପଣ କରି ଲୋକଙ୍କ ମଧ୍ୟରେ ପ୍ରସାଦ ସ୍ୱରୂପ ବଣ୍ଟନ କରିଛନ୍ତି । ଏହି କ୍ରମରେ ସମ୍ବଲପୁର ବୃକ୍ସହିଲ ସ୍ଥିତ ଶ୍ରୀରାମ ମନ୍ଦିର ଠାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ସେ ବି। ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରି ନାଏକ, ଜିଲ୍ଲା ସଭାପତି ଗିରିଶ ପଟେଲ ପାର୍ଟିର ବରିଷ୍ଠ ସଦସ୍ୟ ଶଶୀ ଭୂଷଣ ତ୍ରିପାଠୀ ମନ୍ଦିର ବାହାରେ ଦୀପ ପ୍ରଜ୍ବଳନ କରି ପ୍ରସାଦ ବଣ୍ଟନ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମ ଚନ୍ଦ୍ର ମେହେରଙ୍କ ସହିତ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, ବରିଷ୍ଠ କାର୍ଯ୍ୟକର୍ତ୍ତା ଫଣି ଭୂଷଣ ମିଶ୍ର, କ୍ଷେତ୍ରୀୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ସାକ୍ଷୀ ଗୋପୀନାଥ ମଣ୍ଡକ ସଭାପତି ସରୋଜ କୁମାର ଘଡାଇ, ଅଶ୍ୱିନୀ ମାଝୀ, ସୌମିତ୍ର ଜତି, ପିଣ୍ଟୁ ଓରାମ, ମୁନା ମୁଣ୍ଡା, ସନ୍ତୋଷ ସାହୁ, ରୁବେଲ ପ୍ରଧାନ, କାନ୍ତି ମେହେର, ଲକ୍ଷ୍ମୀ ଜେନା, ସେବତୀ ପଟ୍ଟନାୟକ, ଲକ୍ଷ୍ମୀ ସାହୁ ପ୍ରମୁଖ ସାମିଲ ଥିଲେ । ତତ୍ ପଶ୍ଚାତ ନେତୃ ମଣ୍ଡଳୀ ସମ୍ବଲପୁର ଓକିଲ ସଂଘ କାର୍ଯ୍ୟାଳୟ କୁ ଯାଇ ସେଠାରେ ବାରିଷ୍ଟ ଆଇନଜୀବୀ ସୁରେଶ୍ୱର ମିଶ୍ର, ସତ୍ୟ ନାରାୟଣ ପଣ୍ଡା ପ୍ରମୁଖ ଙ୍କ ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତ ସଦସ୍ୟ ଓ ଅନ୍ୟାନ୍ୟ ଲୋକଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଙ୍କୁ ଯାଇ ଡ଼.କନୱର ଵିଶାଲ ସିଂହଙ୍କୁ ମିଷ୍ଟାନ୍ନ ପ୍ରଦାନ କରିଥିଲେ । ଏହା ପରେ ସମସ୍ତ ମଣ୍ଡଳ କୁ ଯାଇ ଲଡୁ ବଣ୍ଟନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ସମ୍ବଲପୁର ବିଜେପି ପକ୍ଷରୁ ହୋଇଥିବା ଏହି ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ ରେ ସମଲେଶ୍ବରୀ ମଣ୍ଡଳରେ ଶମ୍ଭୁ ବରେଲିଆ, ମହାନଦୀ ମଣ୍ଡଳରେ ସୁଶାନ୍ତ କୁମାର ପୁରୋହିତ, ବୀର ବିର୍ଶା ମୁଣ୍ଡା ମଣ୍ଡଳରେ ଗିରିଜା ସାହୁ, ସାକ୍ଷୀଗୋପୀନାଥ ମଣ୍ଡଳରେ ସରୋଜ କୁମାର ଘଡାଇ, ଧନୁପାଲି ମଣ୍ଡଳରେ ପ୍ରକାଶ ସାହୁ, ବୁର୍ଲା ମଣ୍ଡଳରେ ଜୟନ୍ତ କୁମାର ଦାଶ, ହୀରାକୁଦ ମଣ୍ଡଳରେ ମନୋଜ କୁମାର ସ୍ୱାଇଁ, ଏହି ସବୁ କାର୍ଯ୍ୟକ୍ରମମାନଙ୍କରେ ନେତୃତ୍ୱ ନେଇଥିଲେ ।
ସମ୍ବଲପୁର ଉତ୍ସବ ମୁଖରିତ, ଆଲୋକମାଳା ସଜାଇ ଲଡୁ ବଣ୍ଟାଗଲା ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଭୂମିପୂଜନ ପରେ ଜନସାଧାରଣ ଙ୍କ ମନରେ ଉତ୍ସାହ
