ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ନିଯୁକ୍ତି ରେ ଓଡିଶା ସରକାରଙ୍କ ବଡ଼ ଅବହେଳା କାହିଁକି ?

ଶ୍ରୀ ସୁବାଷ ଚୌହାନଙ୍କ ବିୟୋଗ ହେବାର ଆଜିକୁ ଏକ ମାସରୁ ଉର୍ଧ୍ଵ ସମୟ ହେଲାଣି | ସେ ଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ | ଗତ ମେ ମାସ ୧୦ ତାରିଖ ଦିନ ଲିଭର କ୍ୟାନ୍ସର ରେ ତାଙ୍କର ଦେହାନ୍ତ ହେଇ ଥିଲା | ହେଲେ ଆଜି ପର୍ଯ୍ୟନ୍ତ ସେ ସ୍ଥାନ କାହାରିକି ଦିୟା ଯାଇନି ଏବଂ ଅଧ୍ୟକ୍ଷ ସ୍ଥାନ ଖାଲି ପଡ଼ି ରହିଛି |

ଏଠି ପ୍ରଶ୍ନ ଉଠୁଚି କାହିଁକି ?
କଣ ସତରେ ଓଡିଶା ସରକାର ପଶ୍ଚିମ ଓଡିଶା କୁ ଗୁରୁତ୍ୱ ଦିଅନ୍ତି ନାହିଁ ?
କଣ ସତରେ ଓଡିଶା ସରକାର ପଶ୍ଚିମ ଓଡିଶା କୁ ଅବହେଳା କରନ୍ତି ?
କଣ ସତରେ ଓଡିଶା ସରକାର ପଶ୍ଚିମ ଓଡିଶା କୁ ସାବତ ପୁଅ ଭାବରେ ଦେଖନ୍ତି ?
ଏମିତି ବହୁତ ଗୋଡ଼େ ପ୍ରଶ୍ନ ପଶ୍ଚିମ ଓଡିଶା ବାସୀଙ୍କ ମନ ରେ ଉଙ୍କି ମାରୁଛି |

କିଛି ଦିନ ପୂର୍ବରୁ ଶୁଣିବାକୁ ମିଳୁଥିଲା ଜେ ଅଧ୍ୟକ୍ଷତା ପ୍ରାର୍ଥୀ ପାଇଁ କଳାହାଣ୍ଡି ଜିଲ୍ଲା ର ଶ୍ରୀ ପୁଷ୍ପେନ୍ଦୁ ସିଂହଦେଓ ସଠିକ ପ୍ରାର୍ଥୀ ଭାବରେ ଚୟନ ହେବାକୁ ଯାଉଛନ୍ତି | ତାପରେ ଶୁଣିବାକୁ ମିଳିଲା ସମ୍ବଲପୁର ଜିଲ୍ଲା ର ଏମପି ପ୍ରତିଯୋଗୀ ଶ୍ରୀ ନଳିନୀ କାନ୍ତ ପ୍ରଧାନ ଚୟନ ହେଇ ପାରନ୍ତି, ଯେହେତୁ ତାଙ୍କ ପହଂଚ ତୃତୀୟ ମହଲା ରେ ବେଶ ଶକ୍ତିଶାଳୀ | ଶୁଣିବାକୁ ଏହା ବି ମିଳିଲା ଜେ ଏକ୍ସ ଏମଏଲଏ ମାଡାମ ଡ଼କ୍ଟର ରାସେଶ୍ୱରୀ ପାଣିଗ୍ରାହୀ ମଧ୍ୟ ଗୋଟେ ପ୍ରଭାବଶାଳୀ ପ୍ରାର୍ଥୀ | ଏହା ବ୍ୟତୀତ ଆହୁରି ବହୁତ ଯୋଗ୍ୟ ପ୍ରାର୍ଥୀ ପଶ୍ଚିମ ଓଡିଶା ରେ ଅଛନ୍ତି ଯୋଉ ମାନଙ୍କ ମଧ୍ୟରୁ କାହାକୁ ବଛା ଯାଇ ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଭାବେ ନିଯୁକ୍ତି କରା ଯାଇ ପାରିବ |

ହେଲେ ଏବେ ପ୍ରଶ୍ନ ଉଠୁଚି ଯଦି ଏତିକି ଜଣ ଯୋଗ୍ୟ ପ୍ରାର୍ଥୀ ଶୂନ୍ୟ ସ୍ଥାନ ପୁରଣ କରିବାକୁ ଆଗରେ ଅଛନ୍ତି ତାହାଲେ ସମୟ ନଷ୍ଟ କାହିଁକି କରା ଯାଉଛି ? ଇଏ କଣ ସେଇ ତୃତୀୟ ମହଲା ସେଟ୍ଟିଙ୍ଗ ଯୋଉଟା ଆମେ ସଦା ବେଳେ ଶୁଣିବାକୁ ପାଉ ନା ଆଉ କିଛି ? ଦେଖା ଯାଉ ଆଉ କେତେ ଦିନ ଏମିତି ପଶ୍ଚିମ ଓଡିଶା କୁ ଅବହେଳା କରା ଯାଉଥିବା ଏବଂ ପଶ୍ଚିମ ଓଡିଶା ବସିଙ୍କ ବିଶ୍ୱାସ ରେ ବିଷ ଦିଆ ହଉଥିବ |

Editor

Leave a Reply

Your email address will not be published. Required fields are marked *

%d bloggers like this: