ଯେବେଠାରୁ ଶ୍ରୀ ସୁରେଶ ପୂଜାରୀ ବରଗଡ଼ ସାଂସଦ ହେଇଛନ୍ତି ସେବେଠାରୁ କିଛି ନା କିଛି ତାଙ୍କ ଉଦ୍ୟମ ବଳେ ନୂଆ ପ୍ରଗତି ଦେଖିବାକୁ ମିଳି ଆସୁଛି | ତାଙ୍କର ଏହି ଆନ୍ତରିକତା ଓ ଉଦ୍ୟମ ସକାଶେ ପୁଣି ଥରେ କେନ୍ଦ୍ର ସରକାର ବରଗଡ଼, ବରପାଲି ଓ ବଲାଙ୍ଗୀର ବାସିଙ୍କୁ ଏକ ବଡ଼ ଭେଟ ଦେଇଛନ୍ତି | ଜାତୀୟ ରାଜପଥ ବରଗଡ଼-ବରପାଲି କୁ ଚାରି ଥାକିଆ, ବରପାଲି-ବଲାଙ୍ଗୀର ଜାତୀୟ ରାଜପଥ ର ପ୍ରଶସ୍ତି କରଣ ଏବଂ ବରଗଡ଼-ବଲାଙ୍ଗୀର ସମ୍ପୂର୍ଣ ରାଜପଥର ସୌନ୍ଦରଜିକରଣ, ଆଲୋକୀକରଣ କରାଯିବ | ଏହି ପ୍ରକଳ୍ପର ସମ୍ପୂର୍ଣ ଅର୍ଥ କେନ୍ଦ୍ର ସରକାର ବହନ କରୁଛନ୍ତି | ପ୍ରକାଶ ଥାଉକି ଏହି ଜାତୀୟ ରାଜପଥ ର ଉନ୍ନତି କରଣ ପାଇଁ କେନ୍ଦ୍ର ସରକାର 414 କୋଟି 24 ଲକ୍ଷ ଟଙ୍କାର ଅନୁମୋଦନ କରିଛନ୍ତି | ଖୁବ ଶୀଘ୍ର ଏହି ପ୍ରକଳ୍ପ ପାଇଁ ଟେଣ୍ଡର ସମ୍ପୃକ୍ତ କର୍ତୃପକ୍ଷ ଆହ୍ୱାନ କରିବେ ଏବଂ 2022 ସୁଦ୍ଧା ଏହି କାମ ଶେଷ ହେବ ବୋଲି ମାନ୍ୟବର ସାଂସଦ କହିଥିଲେ | ଏହି ବୃହତ ପ୍ରକଳ୍ପ କୁ କେନ୍ଦ୍ର ସରକାର ଅନୁମୋଦନ କରିଥିବାରୁ ଜିଲ୍ଲା ବିଜେପି ତରଫରୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ, ମାନନୀୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ ଏବଂ ମାନନୀୟ ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ |
ଓଡିଶା 24×7 ଟିମ ମଧ୍ୟ ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଙ୍କୁ ତାଙ୍କର ଏହି ଉପଲବ୍ଧି ପାଇଁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି |